Unknown

 

 

 

 

 

 

 

 

 

 

 

ଚାଟୁପୁଷ୍ପାଞ୍ଜଳିଃ

ଶ୍ରୀ ବୈଷ୍ଣବଚରଣ ଦାସ

 

ଶ୍ରୀ ଶ୍ରୀଗୁରୁ ଗୌରାଙ୍ଗ ଦେବୋ ଜୟତି

 

ଶ୍ଳୋକଃ

 

ନବ ଗୋରଚନା ଗୌରିଂ ପ୍ରବରେଦୀବରାମ୍ଭାଗମ୍ ।

ମଣି ସ୍ତବକ ବିଦ୍ୟୋତି ବେଣି ବ୍ୟାଳାଙ୍ଗନାଫଣ।ମ୍ ।।

 

ପୟାର

 

ନବ ଗୋରଚନା ସମ ଶ୍ରୀଅଙ୍ଗ ବରନ ।

ଇନ୍ଦୀବର ସମ ନୀଳ ସୁଝିନ ବସନ ।।

 

କଳାଫଣୀ ଜିଣି ବେଣୀ ଶିରେ ଶୋଭାବନ ।

ତଥି ମଣି ରତ୍ନ ଝଟକଇ ଅଗଣନ ।।

 

ଏମନ୍ତଟି କୃପାମୟି ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ଉପମାନ ଘଟାମାନ ପ୍ରହାରି ମୁଖମଣ୍ଡଳା° ।

ନବେନ୍ଦୁ ନିନ୍ଦିରାଲୋତ୍ୟତ୍ କସ୍ତୁରୀ ତିଳକ ଶ୍ରୀୟ° ।।

 

ପୟାର

 

ଶ୍ରୀମୁଖକୁ ଉପମା ଦେବାକୁ କାହିଁ ନାହିଁ ।

ଦ୍ଵିତୀୟା ଚନ୍ଦ୍ରମାପରି ଲଲାଟ ଶୋଭଇ ।।

ତା ମଧ୍ୟରେ କସ୍ତୁରୀ ତୀଳକ ମନୋହର ।

ଦାଉ ଦାଉ ବିରାଜଇଆହା କି ସୁନ୍ଦର ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ରକିତାନଙ୍ଗ କୋଦଣ୍ଡାଂ ଲୋକନୀଳାଚଳବଳୀ ।

କଜ୍ୱଳୋଚ୍ଛ୍ୱଳକାରକ ଚ୍ଚକେରୀ ଗୁରୁଲୋଚନାଂ ।।

 

ପୟାର ।

 

ଅନଙ୍ଗ-ଧନୂକୁ ଜିଣି ଭୃଲତା ମଞ୍ଜୁଳ ।

ସୁନୀଳ ଅଳକାବଳୀ ଲୋଳେ ଝଲମଲ ।।

 

କଜ୍ଜ୍ଵଳେ ଉଜ୍ଜ୍ଵଳ ଚାରୁ ନୟନ ଯୁଗଳ ।

ଚକୋରୀ ପରାୟ ଆହା ଦିଶେ ଢଳହଳ ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ତିଳପୁଷ୍ପାର ନାସାଗ୍ର ବିରାଜହର ମୌକ୍ତିକାଂ ।

ଅଧରୋଦ୍ଧୂତ ବନ୍ଧୁକାଂ କୁନ୍ଦାଳୀ ବନ୍ଧୁରାଦ୍ୱୀଜାଂ ।।

 

ପୟାର ।

 

ତିଳପୁଷ୍ପଜୀତ ନାସା ତାହାର ଅଗ୍ରରେ ।

ଗଜ ମୋତିବର ଝୁଲେ ଅପୂର୍ବ ତେଜରେ ।।

 

ବଧୁଲୀ କୁସୁମ ଜିଣି ଅଧର ଯୁଗଳି ।

କୁନ୍ଦଫୁଲ କଢ଼ି କି ନିନ୍ଦଇ ଦନ୍ତକଳି ।।

 

ଏମନ୍ତଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ । ୪ ।

 

ଶ୍ଳୋକଃ ।

 

ନଚତ୍ର ସ୍ଵର୍ଣ୍ଣରାଜିବ କଳିକ କୃତ କର୍ଣ୍ଣିକା° ।

କସ୍ତୁରୀବିନ୍ଦୁ ଚନ୍ଦ୍ରିକା° ରରୁଗ୍ରୈବେୟ କୋଜ୍ଜ୍ଵଳା° ।।

 

ପୟାର ।

 

ଚତନ ଖଚିତ ସୁନା ନଳିନୀର କଳୀ ।

କର୍ଣ୍ଣେ ଶୋହେ ତହିଁ ଭ୍ରମେ ବସେ ମତ୍ତ ଅଳି ।।

କସ୍ତୁରୀ ବିନ୍ଦୁ ସୁତିତ୍ର ଚିବୁକର ସ୍ଥଳେ ।

ରତ୍ନ ଚାପସରିଟି ଉଜ୍ଜ୍ଵଳ ଦିଶେ ଗଳେ ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ଦିବ୍ୟାଙ୍ଗଦ ପରିଷ୍ଵଙ୍ଗଲମଭୁଜ ମୃଣାଳିକା° ।

ବଳାରି ରତ୍ନବଳୟ କଳାଲମ୍ବିକଳାଚିକା° ।।

 

ପୟାର ।

 

ମୃଣାଳ ସଦୃଶ ବାହୁ ବାଜୁବନ୍ଧ ତହିଁ ।

ଚାରୁହସ୍ତେ ନୀଳମଣି ବଳୟ ଶୋଭଇ ।।

ମରକତ ଚୂଡ଼ି ପୁଣି ଅତି ଅନୁପମ ।

ଅଷ୍ଟରତନେ ଜଡ଼ିତ କଙ୍କଣ ସୁଷମ ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ରତ୍ନାଙ୍ଗୁରୀୟ କୋଲ୍ଲାସି ବିହଙ୍ଗୁତିରାମ୍ବୁଜଂ ।

ମନୋହର ମହାହାର ବିହାରି କୁଚକୂଟଳା° ।।

 

ପୟାର ।

 

ଅଙ୍ଗୁଳିରେ ରତନ ମୁଦ୍ରିକା ପାଏ ଶୋଭା ।

କୁଚଯୁଗ ପରେ ମନୋହର ହାର ପ୍ରଭା ।।

 

ତଥି ପାଶେ ମୁକୁତାର ମାଳୀ ବିରାଜଇ ।

ସୁନା ଅଙ୍ଗ ଆହା କି ସୁନ୍ଦର ଦିଶୁଥାଇ ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ତୋମାଳୀ ଭୁଜଗୀ ମୁର୍ଦ୍ଧ ରତ୍ନାଭତରତାଞ୍ଚକା° ।

ବଳଦ୍ରୟୀ ଲତାବନ୍ଧ କ୍ଷୀଣଭଙ୍ଗୁର ମଧ୍ୟମା° ।।

 

ପୟାର ।

 

ରୋମାବଳୀ ଉଠିଅଛି ଫଣିନୀ ପରିରେ ।

ହାର ମଧ୍ୟେ ମଣି ଶୋଭା ତାର ମସ୍ତକରେ ।।

 

ଏତେ କ୍ଷୀଣ କଟି ଭାଙ୍ଗିପଡ଼ିବା ଭୟରେ ।

ବନ୍ଧନ ହୋଇଛି ତେଣୁ ତ୍ରିବଳୀ ଲତାରେ ।।

 

ଏମନ୍ତଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ମଣି ସାର ସଜା ଧାର ବିଷ୍ଫାର ଶ୍ରୋଣିରୋଧସ° ।

ହେମ ରମ୍ଭା ମଦରମ୍ଭ ସ୍ତମ୍ଭୋନାର ଯୁଗାକୃତି° ।।

 

ପୟାର ।

 

ନିତମ୍ବ ଦେଶରେ ମଣିମୟ ମେଖଳାଟି ।

ଝଟ ଝଟ କିରଣରେ ଦିଶେ ପରିପାଟୀ ।।

 

ରାମ ରମ୍ଭା ଜିଣି ଉରୁ ଅତ୍ୟନ୍ତ ସୁନ୍ଦର ।

ଏକମୁଖେ ତାକୁ କିବା ଦେବା ପଟାନ୍ତର ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ ।

 

ଜାନୁଦ୍ୟୁତି ଜିଦକ୍ଷୁବ୍ଧ ପିତରତ୍ନ ସମୁପ୍ପକା° ।

ଶରନ୍ନୀରଜନୀରାଜ୍ୟ ମଞ୍ଜୀର ବରଣତ୍ ପଦା° ।।

 

ପୟାର

 

ପୀତବର୍ଣ୍ଣ ରତନ ଫରୁଆ ଜିଣିକରି ।

ସୁକୋମଳ ଜାନୁ ଦୁଇ ଅପୁରୂବ ଶିରୀ ।।

 

ଚରଣ କମଳେ ଚାରୁ ନୂପୁର ସାଜଇ ।

ଗତି କରନ୍ତେ ମଧୁର ମଧୁର ବାଜଇ ।।

 

ଏମନ୍ତଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ରାଜେନ୍ଦ୍ର କୋଟି ସୌନ୍ଦର୍ଯ୍ୟ ଜୈନ ପାଦ ନଖଦ୍ୟୁତି° ।

ଅଷ୍ଟାଭିଃ ସାତ୍ତକୈର୍ଭାବୈ ଚାକୂଳୀ କୃତ ବିଗ୍ରହା° ।।

 

ପୟାର

 

ରାକାଇନ୍ଦୁ କୋଟି କୋଟି ସଉନ୍ଦର୍ଯ୍ୟ ଗୁଣେ ।

ଯେହୁ ଶୋଭାପାଉଥାନ୍ତି ଦ୍ଵାଦଶାଭରଣେ ।।

 

ପାଦପଦ୍ମ-ନଖ ଶୋଭା କୋଟି ପୂର୍ଣ୍ଣଶଶି ।

ଅଷ୍ଟସାତ୍ତ୍ଵ କଭାବରେ ଆକୁଳ ବିଶେଷି ।।

 

ଏମନ୍ତଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ମୁକୁନ୍ଦାଙ୍ଗ କୃପାପାଙ୍ଗା° ମନୋଙ୍ଗୋର୍ମିତ ରଙ୍ଗିତା° ।

ତାମାରବ ପ୍ରିୟାନନ୍ଦା° ବନ୍ଦେ ବୃନ୍ଦାବନେଶ୍ଵରୀ° ।।

 

ପୟାର

 

ମୁକୁନ୍ଦ ଶ୍ରୀଅଙ୍ଗେ ସଦା ଅପାଙ୍ଗ ପକାନ୍ତି ।

ମଦନ ତରଙ୍ଗେ ହାବ ଭାବ ପ୍ରକାଶନ୍ତି ।।

 

ପ୍ରାଣେଶଙ୍କ ଆନନ୍ଦବର୍ଦ୍ଧନେ କେତେ ଯତ୍ନ ।

ଶ୍ରୀ ଶ୍ରୀ ବୃନ୍ଦାବନେଶ୍ଵରୀ ଯେ କିଶୋରୀ ରତ୍ନ ।।

 

ଏମନ୍ତ ଟି କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ଅୟି ପ୍ରୋଦ୍ୟମ୍ମହାଭାବ ମାଧୁରୀ ବିହ୍ୱଳାନ୍ତତେ ।

ଅଶେଷ ନାୟୀକାବସ୍ଥା ପ୍ରାକଟ୍ୟା ଭୂତ ଚେଷ୍ଟିତେ ।।

 

ପୟାର

 

ଆଗୋ ରାଧେ ମହାଭାବେ ହୋଇଣ ବିହ୍ଵଳା ।

ପ୍ରକାଶ ସର୍ବ ନାୟିକା ଅବସ୍ଥା ମଞ୍ଜୁଳା ।।

 

ଅଦ୍ଭୁତ ଚେଷ୍ଟା ତୁମ୍ଭର କରାଅ ଦର୍ଶନ ।

ଏ ଅଧମ ପ୍ରତି ବାରେ ହୁଅ ସୁ ପ୍ରସନ୍ନ ।।

 

ରାଶେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ସର୍ବଂ ମାଧୁର୍ଯ୍ୟ ବକ୍ତୋଳୀ ନିର୍ମ୍ମଞ୍ଚତ ପଦାମ୍ବ୍ରଜେ ।

ଇନ୍ଦିରା ମୃଗ୍ୟ ସୌନ୍ଦର୍ଯ୍ୟ ସ୍ଫୁରଦଂଘ୍ରି ନଖଞ୍ଚଳେ ।।

 

ପୟାର

 

ସର୍ବ ମାଧୁର୍ଯ୍ୟର ଛଟା ତବ ଶ୍ରୀପୟରେ ।

ନଖ ଶୋଭା ଲଭିବାକୁ ଲକ୍ଷ୍ମୀ ଆଶାକରେ ।।

 

ହେବାପାଇଁ ଆଗୋ ରାଧେ ତୁମ୍ଭ ପଦ ଦାସୀ ।

ବେଲବନେ ରମାଦେବୀ ତପକରେ ବସି ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ଗୋକୁଳେନ୍ଦୁ ମୂଖୀବୃନ୍ଦ ସୀମନ୍ତୋର° ସ ମଞ୍ଜରୀ ।

ଲଳିତାଦି ସଖୀ ଯୂଥ ଜୀବ ତୁସ୍ମିତ କୋରକେ ।।

 

ପୟାର

 

ବ୍ରଜସୁନ୍ଦରୀମାନଙ୍କ ମୁକୁଟରମଣୀ ।

ଲଳିତା ବିଶାଖାଆଦି ଯେତେ ସଖୀଶ୍ରେଣୀ ।।

 

ସେହି ସମସ୍ତଙ୍କର ଯେ ଆନନ୍ଦଦାୟିନୀ ।

ଦୀନହୀନ ଜନେ ପ୍ରେମଭକ୍ତି ବରଧନୀ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ଚଟୁଳାପଙ୍ଗ ମାଧୁର୍ଯ୍ୟ ବନ୍ଦୁନ୍ମାଦିତ ମାଧବେ ।

ତାତ ପାଦ ଯଶ ସ୍ତୋମ କୈରବାନନ୍ଦ ଚନ୍ଦ୍ରୀକେ ।।

 

ପୟାର

 

ସୁମଧୁର କଟାକ୍ଷ ଚାହାଣି ଭଙ୍ଗି ତବ ।

ଯହିଁରେ କି ହୋଇଥାନ୍ତି ମୋହିତ ମାଧବ ।।

 

ଜନ୍ମଦେଇ ବରଷାଣ ନଗ୍ର ମହୀଧବ ।

ବ୍ରଜମଣ୍ଡଳେ ପାଇଲେ ଅତ୍ୟନ୍ତ ଗୌରବ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ଅପାର କରୁଣାପୁର ପରିତାନ୍ତ ର୍ମହୋହ୍ରଦେ ।

ପ୍ରସିଦାସ୍ମି ର୍ଜନେ ଦେବୀ ନିଜ ଦାମସ୍ପୃଦାହାଜୁଷୀ ।।

 

ପୟାର

 

ଅଶେଷ କରୁଣା ଜଳ ତବ ମନ ହ୍ରଦେ ।

ପୂର୍ଣ୍ଣହୋଇ ରହିଅଛି ଦୟାମୟୀ ରାଧେ ।।

 

ଏହି ଦୀନହୀନ ଜନେ ବାରେ ଦୟାକର ।

ହୋଇବି ତୁମ୍ଭର ଦାସୀ ମନେ ଆଶା ମୋର ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

କଳିତ୍ତ° ଚାଟୁପଟୁନା ତେନ ଗୋଷ୍ଠେନ୍ଦ୍ର ସୁମଜା ।

ପ୍ରାର୍ଥ୍ୟମାନ ଚଳାପା°ଗ ତସାଦାତ ତ୍ରକ୍ଷ୍ୱ ସେ ନୟା ।।

 

ପୟାର

 

ଚାଟୁ କରିବାରେ ପଟୁ ଗୋଷ୍ଠେନ୍ଦ୍ରନନ୍ଦନ ।

କେଉଁପରି ତୁମ୍ଭ ମାନ କରନ୍ତି ଭଞ୍ଜନ ।।

 

ତୁମ୍ଭେ ବ କିପରି ବସିଥାଅ ମାନକରି ।

ତାହା ଦେଖିବାକୁ ବଡ଼ ଆଶା ଯେ ମୋହରି ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ବା° ସାଧୁ ମାଧବୀପୁଷ୍ପୌ ର୍ମଧବେନ କଳାଚିତା ।

ପ୍ରସାଧ୍ୟମାନା° ଦ୍ଵିତ୍ୟନ୍ତି° ବିଜୟୀଶ୍ୟାମ୍ୟହ°କଦା ।।

 

ପୟାର

 

ରତୀଶାସ୍ତ୍ରରେ ନିପୁଣ ଅତିଶୟ ହରି ।

ମାଧବୀଫୁଲେ ତାହାଙ୍କୁ ସଜାଇବେ ଧରି ।।

 

ସେ ସମୟେ ଭାବାବେଶେ ହେଲେ ଘର୍ମ ଜାତ ।

ବିଞ୍ଚିବାକୁ ଭରସା ମୁଁ କରିଛି ବହୁତ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

କେଳିକିମ୍ର° ସିନୋବକ୍ର କେଶ ବୃନ୍ଦସ୍ୟ ସୁନ୍ଦରୀ ।

ସଂସ୍କାରାୟ କଦା ଦେବୀ ଜନମେତ° ନିଦେକ୍ଷ୍ୟସୀ ।।

 

ପୟାର

 

ରତିକେଳି କାଳେ ଫିଟାଇଣ ତୁମ୍ଭ ବେଣୀ ।

ବାସ ତଇଳେ ଶାମଳି କରି ଆଗୋ ଧନି ।।

 

କାଞ୍ଚନ ରତ୍ନଜଡ଼ିତ ପାନିଆକୁ ଧରି ।

(କେବେ) ଯତନେ କୁଣ୍ଡାଇବାକୁ ଆଦେଶିବେ ଗୋରୀ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

କଦା ବିନ୍ତ୍ରୋଷୀ ତାମ୍ବୂଳ° ମୟାତବ ମୁଖାମ୍ବୁଜେ ।

ଅର୍ପମାଣ° ବ୍ରଜାଧୀଶ ସୁନୁରାଚ୍ଛିଦ୍ୟ ଭୋକ୍ଷତେ ।।

 

ପୟାର

 

କେବେ ଏ ଅଧମେ ତବ ପୂର୍ଣ୍ଣ କୃପା ହେବ ।

ପକ୍ଵ ତାମ୍ବୂଳ ବିଟିକା ଭାଙ୍ଗି ଦେବି ଯବ ।।

 

ଶ୍ରୀମୁଖେ ଖୁଆଇ ଦେଉଁ ହରଷ ମାନସେ ।

ତାହା ଛଡାଇ ଶ୍ରୀକୃଷ୍ଣ ଖାଇବେ ରହସ୍ୟେ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ବ୍ରଜରାଜ କୁମାର ବଲ୍ଲଭ କୂଳ-ସୀମନ୍ତ ମଣି ପ୍ରସାଦ ମେ ।

ପରିବାର ଗଣସ୍ୟେତ ଯଥା ପଦବୀ ମନଦବୀୟସୀ ରବେତ୍ ।।

 

ପୟାର

 

ଆଗୋ ବ୍ରଜରମଣୀମାନଙ୍କ ଶିରୋମଣି ।

ମୋରେ କୃପାକର ବୃନ୍ଦାବନଠାକୁରାଣୀ ।।

 

ଅବିଳମ୍ବେ ଯେହ୍ନେ ହେବି ଶ୍ରୀଚରଣ ଦାସୀ ।

ଏହି ଅଭିଳାଷ ମନେ ଅଛି ମୁଁ ମନାସି ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

କରୁଣା ମୁହୁରର୍ଥୟେ ପର° ତବ ବୃନ୍ଦାବନ ଚକ୍ରବର୍ତ୍ତନ ।

ଅପି କେଶିରୀ ପୋର୍ଯଥା ଭବେତ୍ ସ ଚଟୁ ପ୍ରାର୍ଥନ ଭଜନ° ଭାଜନଂ ।।

 

ପୟାର

 

ଆଗୋ ବୃନ୍ଦାବନେଶ୍ଵରୀ ! ଏହି ଭିକ୍ଷା ମୋର ।

ସଦା ଯେହ୍ନେ କୃଷ୍ଣଗୁଣ କରି ଗୀତ ସାର ।।

 

ଗାଇ ଗାଇ ବୁଲିବି ମୁଁ ପାଗଳ ମାନସେ ।

ଆଜ୍ଞାକର ଏ ଅଧମେ ପରମ ସନ୍ତୋଷେ ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ଶ୍ଳୋକଃ

 

ତମ° ବୃନ୍ଦାବନେଶ୍ଵର୍ଯ୍ୟାଜନୋ ଯା ପଠତି ସ୍ତବ° ।

ଚାଟୁପୁଷ୍ପାଞ୍ଜଳି° ନାମ ସ ସଦାଦସ୍ୟାଃ କୃପାହଦ° ।।

 

ପୟାର

 

ଚାଟୁପୁଷ୍ପାଞ୍ଜଳି ସ୍ତବ ଅମୃତ ସମାନ ।

ଶୁଦ୍ଧ ମନ ହୋଇ ଏହା ପଢ଼େ ଯେଉଁ ଜନ ।।

 

ସେ ହୁଏ ଶ୍ରୀ କିଶୋରୀଙ୍କ ସୁକରୁଣା ପାତ୍ର ।

ଦେହାନ୍ତେ ଲଭଇ ରାଧାକାନ୍ତଙ୍କର ଗାତ୍ର ।।

 

ରାସେଶ୍ଵରୀ କୃପାମୟୀ ଶ୍ରୀରାଧାଙ୍କ ପଦ ।

ଆରେ ମୂଢ଼ମନ ! କରିଥାଅ ତୁ ସମ୍ପଦ ।।

 

ପାମର ଅଧମ ହୀନ ବଇଷ୍ଣବ ଦାସ ।

ଚାଟୁ ପୁଷ୍ପାଞ୍ଜଳି କଲା ପଦ୍ୟଛନ୍ଦେ ଶେଷ ।

ଇତି ଶ୍ରୀ ମଦ୍ରୂପ ଚୋସ୍ତ୍ରାମିନା ବରଚିତ° ଚାଟୁପୁଷ୍ପାଞ୍ଜଳି ନାମକ° ଶ୍ରୀ ରାଧା ସ୍ତୋତ୍ର° ।

Image